ଛାତି ଓ ଏହାର ଆଖପାଖ ଏରିଆରେ ଜଳାପୋଡା ହଉଛି କି ? ପେଟର ଉପରିଭାଗରେ ଜଳାପୋଡା ଅନୁଭବ ହଉଛି କି ? ତେବେ ଏହା ଏସିଡିଟି ପାଇଁ ହେଉଥାଇପାରେ । ଯଦି ଉପାୟ ଅବଲମ୍ବନ କରିପାରିବେ ତେବେ ଏହା ତୁରନ୍ତ ଠିକ ମଧ୍ୟ ହୋଇପାରିବ । ଆସିଡିଟି ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ଅଧିକାଂଶ ଲୋକଙ୍କର ଆସିଡିଟି ରହୁଛି। ପ୍ରଥମେ ଆସନ୍ତୁ ଜାଣିବା
ଏହି ଆସିଡିଟି କଣ ?
ଆମେ ଯାହା ଖାଉଛୁ ତାହାକୁ ସଠିକ ଢଙ୍ଗରେ ହଜମ କରିବାକୁ ପାକସ୍ଥଳୀ ଭିତରୁ ଏକ ପ୍ରକାର କେମିକାଲ ନିର୍ଗତ ହୋଇଥାଏ। ଏହି କେମିକାଲର ନାଁ ହେଉଛି ହାଇଡ୍ରୋକ୍ଳୋରିକ ଆସିଡ। ଏହା ଯେ କେବଳ ଖାଦ୍ୟକୁ ହଜମ କରିବାରେ ସାହାଜ୍ୟ କରେ ତା ନୁହେଁ। ଏହା ମଧ୍ୟ କ୍ଷତିକାରକ ଜୀବାଣୁ ଠାରୁ ଆମ ଶରୀରକୁ ରକ୍ଷା କରିଥାଏ। ଯେତେବେଳେ ପାକସ୍ଥଳୀର ଏହି ହାଇଡ୍ରୋକ୍ଳୋରିକ ଆସିଡ ଖାଦ୍ୟ ନଳୀ ଆଡକୁ ଅଗ୍ରସର ହୁଏ । ଏହି ପ୍ରକ୍ରିୟାକୁ ଆସିଡ ରିଫ୍ଲକ୍ସ କୁହାଯାଏ ।
ଏହି ଆସିଡ ରିଫ୍ଲକ୍ସ ହିଁ ଆସିଡିଟିର ମୁଖ୍ୟ କାରଣ ଅଟେ
ଆସିଡିଟି ହେବାର ପ୍ରମୁଖ କାରଣ କଣ ? ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଆସିଡିଟିର ଶିକାର ହେଉଛନ୍ତି । ଏହାର ପ୍ରମୁଖ କାରଣ ହେଉଛି ନିୟମିତ ତେଲରେ ଛଣା ଯାଇ ପ୍ରସ୍ତୁତ ହେଉଥିବା ଖାଦ୍ୟ ବା ଫ୍ରାଏଡ ଫୁଡ ଖାଇବା । ଏହି ଫ୍ରାଏଡ ଫୁଡ ହଜମ ହେବାକୁ ଅଧିକ ସମୟ ନେଇଥାଏ । ଫଳରେ ଖାଦ୍ୟକୁ ହଜମ କରିବାକୁ ପାକସ୍ଥଳୀରୁ ନିର୍ଗତ ହେଉଥିବା ହାଇଡ୍ରୋ କ୍ଳୋରିକ ଏସିଡ ଖାଦ୍ୟ ନଳୀର ଉପର ଭାଗକୁ ଉଠିଯାଇଥାଏ । ଯାହା ଛାତିରେ ଓ ପେଟର ଉପର ଭାଗରେ ଜଳାପୋଡାର ଯନ୍ତ୍ରଣା ଦେଇ ଥାଏ । କିନ୍ତୁ ମହିଳା ମାନଙ୍କ କ୍ଷେତ୍ରରେ ଏହି ଆସିଡିଟି ଅଧିକ ଦେଖାଯାଇଥାଏ। ମହିଳାମାନଙ୍କ ଗର୍ଭ ଧାରଣ ସମୟରେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗରେ ଚାପ ବୃଦ୍ଧି ପାଇଥାଏ । ଫଳରେ ଏହି ହାଇଡ୍ରୋ କ୍ଳୋରିକ ଏସିଡ ପାକସ୍ଥଳୀରୁ ଖାଦ୍ୟ ନଳୀର ଉପରିଭାଗକୁ ଉଠି ଯାଇଥାଏ । ଗର୍ଭ ଧାରଣ ସମୟରେ ଅଧିକ ଖାଇଲେ ଏସିଡିଟି ବୃଦ୍ଧି ପାଇଥାଏ । ଏହା ବ୍ଯତୀତ ଅଧିକ ମୋଟାପଣ, ଅତ୍ୟଧିକ ଧୂମ୍ରପାନ, ଅବଶ୍ୟକ୍ୟତା ଠାରୁ ଅଧିକ ଲୁଣ ଖାଇବା , ବିଲକୁଲ ଶାରୀରିକ ପରିଶ୍ରମ ନ କରିବା, ରାତିରେ ଅଧିକ ଖାଇବା ଇତ୍ୟାଦି ଆସିଡିଟିର କାରଣ ପାଲଟିଥାଏ ।
ଆସିଡିଟିକୁ କିପରି ରୋକାଯାଇ ପାରିବ
ଯେତେ ସମ୍ଭବ ଅଧିକ ପରିମାଣର ଫଳ ଓ ପନିପରିବା ଖାଆନ୍ତୁ । କିନ୍ତୁ ଅଧିକ ଏସିଡଯୁକ୍ତ ଫଳ ଓ ପନିପରିବା ଖାଆନ୍ତୁ ନାହିଁ ଯଥା ଲେମ୍ବୁ, ଅଙ୍ଗୁର, ସପୁରି, ସେଉ, ବିଟ, ଛତୁ, ବନ୍ଧା କୋବି ଆଦି କମ ଖାଇବାକୁ ଚେଷ୍ଟା କରିବା ଉଚିତ । କାରଣ ଏମାନଙ୍କର ପିଏଚ ମୂଲ୍ୟ ୭ ରୁ କମ ହୋଇଥାଏ । ଯାହା ଆସିଡିକ ଅଟନ୍ତି ।
ସେହିପରି ଦିନକୁ ୩ ଥର ନ ଖାଇ ସେହି ଖାଦ୍ୟକୁ ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ
ରାତିରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଖାଇବାକୁ ଚେଷ୍ଟା କରନ୍ତୁ । ଯେତେ ସମ୍ଭବ ରାତି ୮ ଟା ପୂର୍ବରୁ ଖାଇ ନିଅନ୍ତୁ
ଖାଇବାର ୩୦ ମିନିଟ ପୂର୍ବରୁ ଓ ଖାଇ ସାରିବାର ୧ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ
ଯଦି ଅଧିକ ଦିନ ପର୍ଯ୍ୟନ୍ତ ଏଶିଡିଟିର ଶିକାର ହେଉଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ