ସାତଥର ପୃଥିବୀକୁ ଅଗ୍ନି ଗ୍ରାସିବ

ସାତଥର ପୃଥିବୀକୁ ଅଗ୍ନି ଗ୍ରାସିବ
କଲିକତାଯେ ପୋଡି ନାରଖାର ହେବ
ତରୁ ତୃଣ ସବୁ ଜଳି ଯିବ
ଅଚୁତ୍ୟନନ୍ଦ ମହାପୁରୁଷ ତାଙ୍କର ଶିବ କଳ୍ପ ର୍ନିଘଣ୍ଟ ମାଳିକାରେ ଲେଖିଲେ
ହିଙ୍ଗୁଳା ଫେରିବ ସପ୍ତ ବାର ମହୀ
ସେ ହିଙ୍ଗୁଳା ହେଉଛନ୍ତି ମା ହିଙ୍ଗୁଳା ଅଷ୍ଟ ଚଣ୍ଡୀ ମଧ୍ୟରେ ସେ ହେଉଛନ୍ତି ଅଗ୍ନି ସ୍ଵରୂପା
ଅଷ୍ଟ ଚଣ୍ଡୀଙ୍କ କଥା ଆମେ ଆଗରୁ କହିଛୁ
ଯାଜପୁରରେ ରହିଲେ ମା ବିରଜା ,ଝଙ୍କଡରେ ରହିଲେ ସାରଳା
ବାଙ୍କିରେ ରହିଲେ ଚର୍ଚ୍ଚିକା ,ପୁରୀରେ ରହିଲେ ବିମଳା
କାକଟପୁର ରହିଲେ ମା ମଙ୍ଗଳା ,ବାଣ ପୁରେ ରହିଲେ ଭଗବତୀ
ସମ୍ବଲପୁରେ ରହିଲେ ମା ସମଲାଇ,ତାରଚର ଗୋପାଳପୁରେ ରହିଲେ ମା ହିଙ୍ଗୁଳା
ମାଲିକାରେ ମହାପୁରୁଷ କହିଲେ କୌଣସି କାରଣ ଆପଣ ଖୋଜିକି ପାଇବେନି
ସାତଥର ପୃଥିବୀକୁ ଅଗ୍ନି ଗ୍ରାସ କରିବ
ମହାପୁରୁଷ କହିଲେ କଳିଯୁଗ ଶେଷ ସମୟରେ ହିଙ୍ଗୁଳା ଫେରିବ ସପ୍ତବାର ବୁଦ୍ଧି ବଳ ନଥିବ
ଆପଣ ଦେଖନ୍ତୁ ବର୍ତ୍ତମାନ ଚାରି ଆଡେ ସବୁ ନିଆଁ ଲାଗୁଛି
ଏହି କିଛି ଦିନ ତଳେ ଶ୍ରୀକ୍ଷେତ୍ରରେ ନିଆଁ ଲାଗିଥିଲା
ମହାପୁରୁଷ ମାଳିକାରେ ଲେଖିଥିଲେ ଯାହା ବର୍ତ୍ତମାନ ଘଟଣା ମାନ ଘଟୁଛି ତାହା
ଏହା କେବେ ଠାରୁ ମହୀକୁ ସାତ ଥର ଫେରିବ
ଯେବେ ମେଷ ମାସ କୃଷ୍ଣ ପକ୍ଷ ହୋଇଥିବ ଦ୍ଵାଦଶୀ ତିଥୀ ହୋଇଥିବ
ଏହି ଦିନରୁ ହିଁ ହିଙ୍ଗୁଳା ସାତ ବାର ମହୀ ଫେରିବ
ଏହା ଘଟିନି ଆଗକୁ ସ୍ଥାନେ ସ୍ଥାନେ ଘଟିବ
ମହାପୁରୁଷ ଅଚୁତ୍ୟନନ୍ଦ ଯାଇଫୁଲ ମାଳିକାରେ ଲେଖିଲେ
କଲିକତାଯେ ସହର ପୋଡି ଜାଳିଯେ କି ହେବ ନାରଖାର
ଅଗ୍ନି କୁ ଦେଖି ସୂର୍ଯ୍ୟ ଆଉ ଚଳନ ହେବନି
ଦକ୍ଷିଣ ଦିଗକୁ ହିଙ୍ଗୁଳା ବହିଣ କଳ୍ପବଟ ଯେ ଜାଳିଦେବ
ସୂର୍ଯ୍ୟ ତାପ ପ୍ରଖର ହୋଇ ନାଳ ନଈ ଶୁଖିଯିବ
ଆଉ ବର୍ଷା ହେବନି ମେଘମାନ ଧୂମ୍ର ବର୍ଣ୍ଣ ହୋଇଯିବ