ସଭ୍ୟ ସଂଗ୍ରହ କରୁ କରୁ ଦଳ ଛାଡି ପଳେଇଲେ ସମିତି ସଭ୍ୟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଗୋଟିଏ ପଟେ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଗୋଳାମୁଣ୍ଡା ବ୍ଲକରୁ ୧୫ଜଣ ସମିତି ସଭ୍ୟ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ବିଜେପିରେ ମିଶିଛନ୍ତି । ବିଜେଡି ନେତା ଦିବ୍ୟଶଙ୍କରଙ୍କ ଗଡରେ ଏଭଳି ଘଟିବା ପରେ କଳାହାଣ୍ଡି ବିଜେଡିରେ ଆଗକୁ କଣ ହେବା ତାହା ଦଳ ପାଇଁ ବଡ଼ ଚିନ୍ତା ପାଲଟିଛି । ପୂର୍ବରୁ ରାଜ୍ୟସଭା ସାଂସଦ ସୁଜିତଙ୍କ ନେତୃତ୍ୱରେ କିଛି ଯୁବ ନେତା ବିଜେପିରେ ଯୋଗ ଦେଇଥିଲେ ।

You might like